2024-09-13 10:22
କଳା କଳା ତୋର ନୟନ ଭୃଲତା
କଳା ତୋ କଜଳ ଗାର,
ଆହୁରି କଳା ତୋ ଗଭାର କେଶ ଲୋ
ଗୁଣ ଗାରିମାଟି ସାର ।॥
ସରୁ ଓଠ ଦୁଇ ଗୋଲାପ ଫୁଲିଆ
ଗୋଲାପି ତୋ ପ୍ରୀତି ସ୍ବପ୍ନ
ରାଗ ଜରଜର ଗାଲ ତୋ ଗୋଲାପି
ନହୁଲି ବୟସ ମନ ।|
ନାଲି ଫର ଫର ଦେହର ଓଢ଼ଣୀ
ନାଲି ତୋ ମଥାର ବିନ୍ଦି,
ନାଲି ଟୁକୁ ଟୁକୁ ସାଧବାଣୀ ହେବୁ
ସିନ୍ଦୂର ସଙ୍ଖାକୁ ପିନ୍ଧି ।।