2024-11-26 15:52
ତା କଥା ଯେ କେତେ କଷ୍ଟ ଦିଏ ମତେ
ସେ ବୁଝି ପାରେନା...
ଥରେ କହିବା ଆରମ୍ଭ କଲେ
ସେ ଠିକ୍ ଭୁଲ କିଛି ଦେଖେନା...
ତା ଶବ୍ଦ ସାମ୍ନାରେ ଥିବା ଲୋକକୁ
ଯେ କେତେ କ୍ଷତାକ୍ତ କରୁଛି
ସେ କଥା ବି ସେ ପଢ଼ି ପାରେନା...
ବାସ୍ ସେ ତା ରାଗର ପହଳ ଭିତରେ
ବାସ୍ତବତା କୁ ପରଖି ପାରେନା...
ହଁ ତା କଥା ଯେ କେତେ କଷ୍ଟ ଦିଏ ମତେ
ସେ ବୁଝି ପାରେନା...