2024-12-31 13:44
♥️
ଅପେକ୍ଷା...!
କେବେ ଅସରନ୍ତି ଆଶାର ଭଣ୍ଡାର
କେବେ ସୀମାହୀନ ଲୁହର ସାଗର
କେବେ ସୁଖର ଚୋରା ମଳୟ
କେବେ ଦୁଃଖର ଅଦୃଶ୍ୟ ବଳୟ
ଅପେକ୍ଷା...!
କେବେ ଶ୍ରାବଣର ମହୁଆ ରାତି
କେବେ ବୈଶାଖର ଝାଞ୍ଜି ତାତି
କେବେ କୋଇଲିର କୁହୁ ତାନ
କେବେ ଚାତକର କୋହ ଭରା କ୍ରନ୍ଦନ
ଅପେକ୍ଷା...!
କେବେ ସକାଳର କଅଁଳ ଖରା
ତ କେବେ ଦୂର ଆକାଶର ତାରା
କେବେ ଶୀତଳ ଜହ୍ନର ଜ୍ୟୋତ୍ସ୍ନା
କେବେ ଅଭାବୀ ମନର ତୃଷ୍ନା
ଅପେକ୍ଷା...!
କେବେ ବିଶ୍ବାସର ସୂତା ଖିଅ
କେବେ ଯନ୍ତ୍ରଣାର ନଈ ସୁଅ
କେବେ ପ୍ରେମର ପରିଭାଷା
ପୁଣି, କେବେ କରାଏ ଲୋକହସା
ଅପେକ୍ଷା... ଏଇ ଅପେକ୍ଷା...!!!